ବେଜିଂ, ୫।୯ : ସୋମବାର ମଧ୍ୟାହ୍ନ ୧୨ଟା ୨୫ରେ ଚାଇନାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା ବୋଲି ଜାତୀୟ ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସିଚୁଆନ ପ୍ରଦେଶର ଲୁଣ୍ଡିଙ୍ଗ୍ କାଉଣ୍ଟିରେ ଭୂକମ୍ପ ହେବାରେ ଲୋକେ ଘରୁ ବାହାରକୁ ଭୟରେ ଦୌଡ଼ି ପଳାଇ ଆସିଥିଲେ। ଭୂକମ୍ପର କେନ୍ଦ୍ର ୨୯.୫୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ପୂର୍ବରୁ ୧୦୨.୦୮ ଡିଗ୍ରୀରେ ଭୂଗର୍ଭର ୧୬ କିଲୋମିଟର ତଳେ ଥିବା ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି।