ବେଜିଂ,୬।୮: ଚାଇନାର ଶାନଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୁଆନ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ଯେ, ରବିବାର ସ୍ଥାନୀୟ ସମୟ ଭୋର ୨.୩୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି।
ରିପୋର୍ଟ ଅନୁଯାୟୀ, ଭୂକମ୍ପ ଯୋଗୁ ଅନେକ ଅଟ୍ଟାଳିକା ଭାଙ୍ଗି ହୋଇଯାଇଥିଲା। ଏଥିରେ ଅତି କମରେ ୧୦ ଜଣ ଲୋକ ଆହତ ହୋଇଥିଲେ। ଏହି ଭୂକମ୍ପ କେନ୍ଦ୍ର ଦେଝାଉ ସହରର ୨୬ କିଲୋମିଟର ଦକ୍ଷିଣରେ ୧୦ କିଲୋମିଟର ଗଭୀରରେ ଥିଲା।