ଚାଇନାରେ ଭୂକମ୍ପ, ୨୧ରୁ ଅଧିକ ଆହତ….

ବେଜିଂ,୬।୮ : ଚାଇନାର ଶାନନ୍ଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୟୁଆନ କାଉଣ୍ଟିରେ ୫.୫ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ରବିବାର ଦିନ ସ୍ଥାନୀୟ ସମୟ ରାତ୍ର ସାଢ଼େ ଦୁଇଟାରେ ଏହି କମ୍ପନ ଅନୁଭୂତ ହୋଇଛି।

ଲୋକେ ରାତିରେ ଘରେ ଶୋଇଥିବା ସମୟରେ ଭୂକମ୍ପ ହୋଇଥିଲା। ଫଳରେ ଲୋକେ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୂକମ୍ପ ଯୋଗୁଁ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଯେଉଁଥିରେ ୨୧ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଭୂକମ୍ପର କେନ୍ଦ୍ର ଦେଝାଉ ସହରର ୨୬ କିଲୋମିଟର ଦକ୍ଷିଣରେ ଭୂପୃଷ୍ଠର ୧୦ କିଲୋମିଟର ଗଭୀରରେ ଥିଲା।

ଶନିବାର ଆଫଗାନିସ୍ତାନରେ ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲର ଏହାର ତୀବ୍ରତା ୫.୮ ଥିଲାର ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହିନ୍ଦୁ କୁଶ ଅଞ୍ଚଳ। ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।

Share