ଥରିଲା ଚାଇନା

ବେଜିଂ,୧ା୬: ଚାଇନାରେ ଭୂକମ୍ପ ଅନୁଭୂତ ହୋଇଛି। ସିଇଏନ୍‌ସି (CENC) ପକ୍ଷରୁ ଜାରି ହୋଇଥିବା ସୂଚନାରୁ ପ୍ରକାଶ, ଦେଶର ଦକ୍ଷିଣ-ପଶ୍ଚିମ ସିଚୁଆନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୧ ଥିଲା। କୁହାଯାଉଛି, ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ୟାନ ସିଟିର ଲୁଶାନ କାଉଣ୍ଟିରେ ସ୍ଥାନୀୟ ସମୟ ଅପରାହ୍ନ ୫ ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୩୦.୩୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୦୨.୯୪ ଡିଗ୍ରୀ ପୂର୍ବ ଦ୍ରାଘିମା ୧୭ କିଲୋମିଟର ଗଭୀରତାରେ ଅବସ୍ଥିତ ବୋଲି କୁହାଯାଇଛି।

Share