ଚାଇନାରେ ଭୂକମ୍ପ: ଚାଲିଗଲା ୩୦ ଜୀବନ

ବେଜିଂ,୫।୯: ଚାଇନାର ସିଚୁଆନ ପ୍ରଦେଶର ଲୁଣ୍ଡିଙ୍ଗ୍‌ କାଉଣ୍ଟିରେ ସୋମବାର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୮ ଥିବା ନେଇ ଜାତୀୟ ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭୂକମ୍ପ ଫଳରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଜଣାପଡିଛି। ଏହାସହ କେତେକ ରାସ୍ତା ଓ ଘର ଭୂସ୍ଖଳନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

Share