ନୂଆଦିଲ୍ଲୀ,୨୪ ।୧: ଦିଲ୍ଲୀ ଏନ୍ସିଆର ସହ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି । ଉତ୍ତରାଖଣ୍ଡର ଜୋଷୀମଠ ଓ ରାମନଗରରେ ଭୂକମ୍ପ ଆସିଥିବା ବେଳେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବି ଭୂକମ୍ପର ଝଟ୍କା ଅନୁଭୁତ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଥିଲା । ଭୂକମ୍ପର କେନ୍ଦ୍ର ନେପାଳ ଥିବା ବେଳେ ଏହାର ଗଭିରତା ଭୂପୃଷ୍ଠରୁ ୧୦ କିଲୋମିଟର ଗଭିରତାରେ ରହିଥିଲା ।
ଦିଲ୍ଲୀ, ଉତ୍ତର ପ୍ରଦେଶ , ମଧ୍ୟ ପ୍ରଦେଶ, ହରିୟାଣା ଓ ଚଣ୍ଡିଗଡ଼ ସମେତ କିଛି ରାଜ୍ୟରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ବିହାରରୁ ହିମାଚଳ ପର୍ଯ୍ୟନ୍ତ ଥରିଛି ।