Categories: ଜାତୀୟ

ଭୂକମ୍ପରେ ଥରିଲା ଦିଲ୍ଲୀ-ଏନ୍‌ସିଆର

ନୂଆଦିଲ୍ଲୀ,୩।୭: ଦିଲ୍ଲୀ-ଏନ୍‌ସିଆରରେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଗୁରୁଗ୍ରାମଠାରୁ ଦକ୍ଷିଣପଶ୍ଚିମରୁ ୬୩ କିଲୋମିଟର ଦୂରରେ ରହିଥିଲା। ଭୂକମ୍ପ ହେବା ସମୟରେ ଦିଲ୍ଲୀବାସୀ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ କରି କହିଛନ୍ତି, କିଛି ସମୟ ପୂର୍ବରୁ ଦିଲ୍ଲୀରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏଥିରେ ସମସ୍ତେ ସୁରକ୍ଷିତ ଥିବେ ବୋଲି ଆଶା କରୁଛି ଏବଂ ସମସ୍ତେ ନିଜର ଯତ୍ନ ନିଅନ୍ତୁ ବୋଲି କେଜରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଲଗାତର ଭାବେ ଭୂକମ୍ପ ଝଟ୍‌କା ଅନୁଭୂତ ହେଉଛି।

Share