Categories: ଜାତୀୟ

ଦିଲ୍ଲୀ, ନଏଡା, ଗାଜିଆବାଦରେ ଭୂକମ୍ପ

ନୂଆଦିଲ୍ଲୀ,୨୩।୧: ସୋମବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଏନସିଆରର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ। ରାତିରେ ଘଟିଥିବା ଭୂକମ୍ପ ପରେ ଅନେକ ଲୋକ ରାସ୍ତାରେ ବୁଲୁଥିବା ଦେଖଇବାକୁ ମିଳିଥିଲା।
ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚାଇନାର ଦକ୍ଷିଣ ଜିନଜିଆଙ୍ଗରେ ଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨ ରେ ମାପ କରାଯାଇଥିଲା । ରାତି ପ୍ରାୟ ୧୧ଟା ୩୯ରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୮୦ କିଲୋମିଟର ଗଭୀରରେ ଥିଲା।

ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ ରବିବାର (ଜାନୁୟାରୀ ୨୧) ପୂର୍ବାହ୍ନ ୩ଟା ୩୯ରେ ଦକ୍ଷିଣ ପଶ୍ଚିମ ଭାରତୀୟ ରିଜ ଉପରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଯାହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା।

Share