Categories: ଜାତୀୟ

ହରିୟାଣାରେ ଭୂକମ୍ପ ଝଟ୍‌କା

ଚଣ୍ଡିଗଡ,୨।୧୦: ହରିୟାଣାରେ ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୬ ରହିଛି। ଏହି ଭୂକମ୍ପ ଯୋଗୁ ରୋହତକ ଏବଂ ଏହାର ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରବିବାର ରାତି ୧୧.୨୬ରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ରୋହତକଠାରୁ ୭ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଥିବା ଖେଡି ସାଦ ଗ୍ରାମରେ ରହିଛି। ପୃଥିବୀର ପାଞ୍ଚ କିଲୋମିଟର ତଳେ ଗତିବିଧି ରେକର୍ଡ କରାଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୫ରେ ଏଠାରେ ଦୁଇଥର ଭୂକମ୍ପ ହୋଇଥିଲା।

Share