Categories: ଜାତୀୟ

ହିମାଚଳ ପ୍ରଦେଶରେ ଭୂମିକମ୍ପ

ହିମାଚଳ ପ୍ରଦେଶ,୨୬।୧୦-ହିମାଚଳ ପ୍ରଦେଶର ଶିମଲା ଜିଲାରେ ସୋମବାର ଭୂ-କମ୍ପର ଝଟକା ଅନୁଭୂତ ହୋଇଛି। ଅପରାହ୍ନ ୧ଟା ୨୦ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଥିଲା। ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ହମିରପୁର ଏବଂ ବିଳାଶପୁରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।

Share