ଶିଲଂ,୨ ।୧: ନୂଆ ବର୍ଷର ପ୍ରଥମ ଦିନରେ ଦେଶରେ ତିନୋଟି ଭୂକମ୍ପ ଅନୁଭୁତ ହୋଇଥିବା ବେଳେ ବିଳମ୍ବିତ ରାତିରେ ଆଉ ଏକ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏଥର ଦୋହଲିଛି ମେଘାଳୟ । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନସିଏସ)ପକ୍ଷରୁ କୁହାଯାଇଛି କି ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୩.୨ ।
ମେଘାଳୟ ପୂର୍ବୋତ୍ତର ଭାରତୀୟ ରାଜ୍ୟ । ଏଠାରେ ପ୍ରତିବର୍ଷ ସବୁଠାରୁ ଅଧିକ ବର୍ଷା ହୋଇଥାଏ । ଦେଶର ଭୂକମ୍ପର ଗତିବିଧି ଉପରେ ନଜର ରଖୁଥିବା ସରକାରଙ୍କ ନୋଡାଲ ଏଜେନ୍ସି ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ମେଘାଳୟର ନୌଗପୋହରେ ରବିବାର ବିଳମ୍ବିତ ରାତିରେ ଭୂକମ୍ପ ଆସିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ରହିଥିଲା । ତେଣୁ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ନୂଆବର୍ଷରେ ଦେଶରେ ୪ଟି ଭୂକମ୍ପ ଅନୁଭୁତ ହୋଇଛି ।