ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨ା୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ  ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ପକ୍ଷରୁ କୁହାଯାଇଛି।
ଏହି ଭୂକମ୍ପର କେନ୍ଦ୍ର ୫.୨୬ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ଏବଂ ୯୭.୦୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିବା ଜଣାପଡ଼ିଛି। ଏହା ୧୦ କିଲୋମିଟର ଗଭୀରତା ମଧ୍ୟରେ ସୃଷ୍ଟି ହୋଇଥିବା ରେକର୍ଡ କରାଯାଇଛି।

Share