ଜାକର୍ତ୍ତା,୯ା୨: ତୁର୍କୀରେ ସବୁଠାରୁ ଭୟଙ୍କର ଭୂକମ୍ପ ହୋଇ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଗୁରୁବାର ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା। ଇଣ୍ଡୋନେସିଆର ପାପୁଆର ପୂର୍ବ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଯେଉଁଥିରେ ଅତି କମ୍ରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ବଡ଼ବଡ଼ ଅଟ୍ଟାଳିକା ମଧ୍ୟ ନଷ୍ଟ ହୋଇଯାଇଛି। ଇଣ୍ଡୋନେସିଆର ଜିଓଫିଜିକାଲ ଏଜେନ୍ସି (ବିଏମ୍କେଜି) ଅନୁଯାୟୀ, ପାପୁଆ ପ୍ରଦେଶର ରାଜଧାନୀ ଜୟପୁରଠାରୁ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।