ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ

ଜାକର୍ତ୍ତା,୨୧।୬: ଶୁକ୍ରବାର ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ସକାଳେ ପୂର୍ବ ଉଚ୍ଚଭୂମିରେ ଥିବା ପାପୁଆ ପ୍ରଦେଶରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ତେବେ ଭୂକମ୍ପ ପରେ କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ।

ଇଣ୍ଡୋନେସିଆର ପାଣିପାଗ ବିଭାଗ ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ପ୍ରାୟ ୭ଟା ୧୧ରେ ଏହି ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୟାଲିମୋ ରେଜେନ୍ସିର ୬୮ କିଲୋମିଟର ଉତ୍ତର-ପୂର୍ବରେ ଏବଂ ପୃଥିବୀ ପୃଷ୍ଠରୁ ୭୮ କିଲୋମିଟର ତଳେ ଥିଲା।
ସିହ୍ନୁଆ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଭୂକମ୍ପରୁ ବଡ଼ ବଡ଼ ତରଙ୍ଗ ସୃଷ୍ଟି ହେବାର ସମ୍ଭାବନା ନାହିଁ, ତେଣୁ ସୁନାମି ଚେତାବନୀ ଦିଆଯାଇ ନାହିଁ।

Share