ତେହରାନ,୩୦।୧ : ଉତ୍ତର-ପଶ୍ଚିମ ଇରାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ୮୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଶନିବାର ରାତିରେ ତୁର୍କୀ ସୀମାବର୍ତ୍ତୀ ଅଞ୍ଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ୫.୯ ଥିଲା। କୋଠାଗୁଡ଼ିକ ଭୁଶୁଡ଼ି ପଡ଼ୁଥିବାବେଳେ ଲୋକେ ଭୟରେ ଘରୁ ବାହାରି ପଳାଇ ଯାଇଥିଲେ। ଅନେକ ଘର ଭାଙ୍ଗିଯାଇଥିବାରୁ ପ୍ରବଳ ଶୀତରେ ହଜାର ହଜାର ଲୋକ ଉଚ୍ଛେଦ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ବାହାରେ ଥିବା ବହୁ ଲୋକ କମ୍ବଳ ଘୋଡ଼ିହୋଇ ନିଆଁ ପୋଉଁଥିବା ଦେଖାଯାଇଛି। ବଡ଼ ଭୂକମ୍ପ ପରେ ୨୦ରୁ ଅଧିକ ଥର ପଶ୍ଚାତ୍ କମ୍ପନ ଅନୁଭୂତ ହୋଇଛି। ଓ୍ବେଷ୍ଟ ଆଜରବୈଜାନ ପ୍ରଦେଶର ଖୋୟ ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ଯୋଗୁ ୭୦ଟି ଗ୍ରାମର ଘରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।