ଥରିଲା ଇରାନ, ୭ ଆହତ

ତେହରାନ,୨୦ା୧୦: ଇରାନରେ ଶୁକ୍ରବାର ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୯ ଥିଲା। ସୂଚନାନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଖାନେ ଜେନିଆନରେ ହୋଇଛି। ଏହା ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଛି।

ଏହି ଭୂକମ୍ପରେ ପ୍ରାୟ ୭ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସମ୍ପର୍କରେ କୌଣସି ଖବର ହସ୍ତଗତ ହୋଇନାହିଁ।

ସୂଚନା ଥାଉକି, ଇରାନ ଅନେକ ପ୍ରକାରର ଭୌଗୋଳିକ ରେଖା ଦ୍ୱାରା ଘେରି ହୋଇରହିଛି॥ ବର୍ଷ ବର୍ଷ ଧରି ଇରାନ ଅନେକ ଭୟଙ୍କର ଭୂକମ୍ପର ସମ୍ମୁଖୀନ ହୋଇଆସୁଛି।

Share