ଇରାନରେ ୬.୧ ତୀବ୍ରତାର ଭୂକମ୍ପ, ୩ ମୃତ

ତେହେରାନ,୨ ।୭: ଇରାନରେ ଶନିବାର ବିଳମ୍ବିତ ରାତି ପ୍ରାୟ ୧ଟା ୩୨ରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା ବେଳେ ଭୂକମ୍ପ ପରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୂକମ୍ପର ଝଟକା ୟୁଏଇରେ ବି ଅନୁଭୂତ ହୋଇଛି ।
ଇରାନର ଉପକୂଳ ଅଞ୍ଚଳରେ ହୋର୍ମେଜଗନ ଅଞ୍ଚଳରେ ଏମରଜେନ୍ସି ମ୍ୟାନେଜମେଣ୍ଟର ମୁଖ୍ୟ ମହରଦାଦ ହସନଜାହେଦ କହିଛନ୍ତି ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଇରାନି ମିଡିଆ ଭୂକମ୍ପର ତୀବ୍ରତା ୬.୧ କହୁଥିବା ବେଳେ ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଛି ଏହାର ତୀବ୍ରତା ୬.୦ ।

Share