ଇଟାଲୀରେ ଭୂକମ୍ପ

ରୋମ୍‌,୯ା୧୧: ବୁଧବାର ଇଟାଲୀର ଉତ୍ତର-ପୂର୍ବ ଉପକୂଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୭ ଥିଲା। ଏହି ଭୂକମ୍ପ ଯୋଗୁ କିଛି ଅଟ୍ଟାଳିକାରେ ଫାଟ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ କିଛି ଜଣାପଡ଼ିନାହିଁ।

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ଇଟାଲୀର ନାଗରିକ ସୁରକ୍ଷା ଏଜେନ୍ସି ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ଇଟାଲୀର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଗ୍ନେୟଗିରି କହିଛି, ସ୍ଥାନୀୟ ସମୟ ୭.୦୭ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ଆଡ୍ରିଆଟିକ୍‌ ସାଗରର ଏନ୍‌ଙ୍କୋନାରେ ଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଏହି ଭୂକମ୍ପର ମାତ୍ରା ୫.୭ ଏବଂ ଏହାର ଭୂକମ୍ପ ୧୦ କିଲୋମିଟର ଗଭୀରରେ ଥିଲା।

Share