Categories: ଜାତୀୟ

ଥରିଲା ଲଦାଖ

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ଲଦାଖରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟରେ କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ। ଏହାପୂର୍ବରୁ ଅକ୍ଟୋବର ୩୦ରେ ଲେହରେ ଭୂକମ୍ପ ଅନୁଭୂତ ହୋଇଥିଲା। ଲେହର ଅଲଚି ଗ୍ରାମରେ ଏହି ଭୂକମ୍ପ ଘଟିଥିଲା ଏବଂ ଏହାର ତୀବ୍ରତା ମଧ୍ୟ ରିକ୍ଟର ସ୍କେଲରେ ୩.୯ ଥିଲା।
ଲଦାଖର ହେନଲେ ଗ୍ରାମଠାରୁ ୫୧୩ କିଲୋମିଟର ପୂର୍ବରେ ଏହି ଭୂକମ୍ପର କମ୍ପନ ପ୍ରଥମେ ଅନୁଭୂତ ହୋଇଥିଲା। ଭୂକମ୍ପର ଅନୁଭବ କରିବା ପରେ ଗାଁର ଲୋକମାନେ ଘରୁ ବାହାରକୁ ଆସିଥିଲେ। ଲଦାଖରେ ଗତ ଦୁଇ ମାସ ମଧ୍ୟରେ ଏଠାରେ ତୃତୀୟ ଥର ଭୂକମ୍ପ ଘଟିଛି। ୩୦ ଏବଂ ୨୪ ଅକ୍ଟୋବରରେ ମଧ୍ୟ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା।

Share