Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର,୧୨।୪: ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା। ବୁଧବାର ପୂର୍ବାହ୍ନ ୧୦ଟା୧୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ରିକ୍ଟର ସ୍କେଳରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ।

ତେବେ ଏହା ପୂର୍ବରୁ ବିହାରର କେତେକ ସ୍ଥାନରେ ସକାଳ ପ୍ରାୟ ୫.୩୫ରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ବୋଲି ଆକଳନ କରାଯାଇଥିଲା।

 

Share