Categories: ଜାତୀୟ

ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶର କିଛି ସ୍ଥାନରେ ଭୂକମ୍ପ ଝଟକା। ବୁଧବାର ଦିନ ୧୨.୨୨ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କଶ୍ମୀରର ଡୋଡାରୁ ୫ କିଲୋମିଟର ଗଭୀରରେ ଥିଲା। ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟିଥିବା ନେଇ ଏଯାଏ ସୂଚନା ମିଳିନାହିଁ।

Share