ଜମ୍ମୁ,୫ ।୫: ଜମ୍ମୁ-କଶ୍ମୀରରେ ଗୁରୁବାର ହୋଇଥିବା ଭୂକମ୍ପର ଝଟକା ସହ ଲୋକଙ୍କ ନିଦ ଭାଙ୍ଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନ ରହିଥିବା କୁହାଯାଉଛି । ଏହାର ଗଭିରତା ୧୭୦ କିଲୋମିଟର ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଗୁରୁବାର ସକାଳ ପ୍ରାୟ ୫ଟା ୩୫ ମିନିଟରେ ଭୂକମ୍ପ ଅନୁଭୁତ ହୋଇଥିଲା । ହେଲେ ଏହି ଭୂକମ୍ପରେ ଧନ ଜୀବନ କ୍ଷୟକ୍ଷତି ହେବାର କୌଣସି ସୂଚନା ମିଳିନାହିଁ । ଅନେକ ଲୋକ ଭୂକମ୍ପ ପରେ ଘରୁ ବାହାରକୁ ଚାଲିଆସିଥିବା ବେଳେ ଅନେକ ଲୋକ ଶୋଇ ଥିବାରୁ ଏ ସମ୍ପର୍କରେ କିଛି ଜାଣି ପାରି ନାହାନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜମ୍ମୁ-କଶ୍ମୀରରେ ୧୮ ଏପ୍ରିଲରେ ୩.୪ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା ।