Categories: ଜାତୀୟ

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀରରେ ବୁଧବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଦ୍ୱିପ୍ରହର ୨ଟା ୩୪ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରହିଛି। ଏନେଇ ନ୍ୟାସନାଲ ସେଣ୍ଟର ଅଫ୍‌ ସିସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ହେବା ସମୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Share