୫ ଦିନ ୩ ଥର ଥରିଲାଣି ଜାପାନ: ଉପକୂଳବର୍ତ୍ତୀ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ

ଟୋକିଓ,୧।୧: ଜାପାନର ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୬ ରହିଥିବା ଜାପାନର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଇଶିକାୱା ନାଇଗାଟା ଓ ତୋମାୟାରେ ସୁନାମି ସତର୍କତା ଜାରି କରାଯାଇଛି। ଏନେଇ ଇଶିକାୱା ସ୍ଥିତ ନୋଟୋ ଉପଦ୍ୱୀପ ନିକଟରେ ସମୁଦ୍ରଠାରୁ ୫ ମିଟର ପର୍ଯ୍ୟନ୍ତ ଜୁଆର ହେବାର ସମ୍ଭାବନା ରହିଛି। ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଘର ଖାଲି କରି ଉଚ୍ଚ ସ୍ଥାନକୁ ଯିବାକୁ କୁହାଯାଇଛି। ଏପରିକି ଭୂକମ୍ପର ଝଟକା ରାଜଧାନୀ ଟୋକିଓ, କାଣ୍ଟୋ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ଜନିତ ଖବର ଆସିନାହିଁ।

ଏହାପୂର୍ବରୁ ଡିସେମ୍ବର ୨୮ରେ ଜାପାନ ଉପକୂଳରେ କ୍ରମାଗତ ୨ଟି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ଯଥାକ୍ରମେ ୬.୫ ଏବଂ ୫.୦ ରହିଥିଲା ବୋଲି ଆମେରିକା ଭୂତାତ୍ତ୍ୱିକ ସର୍ଭେ (ୟୁଏସ୍‌ଜିଏସ୍‌) ପକ୍ଷରୁ ସୂଚନା ଦିଆଯାଇଥିଲା।

Share