ଜାକର୍ତ୍ତା,୧।୭: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଶୁକ୍ରବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ମ୍ୟାଗ୍ନିଚ୍ୟୁଡରେ ମାପ କରାଯାଇଛି। ତେବେ ଏ୍ତରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି।
ଇଣ୍ଡୋନେସିଆର ପାଣିପାଗ ବିଜ୍ଞାନ, ଜଳବାୟୁ ଏବଂ ଜିଓଫିଜିକ୍ସ ଏଜେନ୍ସି (ବିଏମକେଜି) ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ୬.୪। ଏହା ସହିତ ଏଜେନ୍ସି କହିଛି ଯେ, ୨୫ କିଲୋମିଟର ଗଭୀରରେ ମଧ୍ୟମ ଆକାରର ଭୂକମ୍ପ ଘଟିଛି। ଇଣ୍ଡୋନେସିଆର ସବୁଠାରୁ ଜନବହୁଳ ଦ୍ୱୀପ ପୂର୍ବ ଏବଂ କେନ୍ଦ୍ରୀୟ ଜାଭାରେ ମଧ୍ୟ ଏହି କମ୍ପନ ଅନୁଭୂତ ହୋଇଛି।