Categories: ଜାତୀୟ

ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର, ଲଦାଖ

ଶ୍ରୀନଗର,୧୯।୨: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର କାର୍ଗିଲ ଜିଲାରେ ସୋମବାର ରାତି ୯.୩୫ରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ରହିଛି। ଭୂକମ୍ପର ଗଭୀରତା ୧୦ କିଲୋମିଟର ତଳେ ଥିବା ସୂଚନା ମିଳିଛି। ତେବେ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ।

Share