କାଠମାଣ୍ଡୁ,୨୩ା୧୦: ନେପାଳ ରାଜଧାନୀ କାଠମାଣ୍ଡୁ ଉପତ୍ୟକାରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୧ ଥିଲା। ଧାଡ଼ିଙ୍ଗ ଜିଲାରେ ଏହାର କେନ୍ଦ୍ରସ୍ଥଳ ବୋଲି ଜାତୀୟ ଭୂକମ୍ପ ପର୍ଯ୍ୟବେକ୍ଷଣ ଓ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୂକମ୍ପ ଜନିତ ମୃତ୍ୟୁ କିମ୍ବା କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ। ବାଗମତି ଏବଂ ଗଣ୍ଡକି ପ୍ରଦେଶର କେତେକ ଜିଲାରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୫ରେ ନେପାଳରେ ୭.୮ ତୀବ୍ରତାର ଭୂକମ୍ପ ଯୋଗୁ ୯,୦୦୦ ଲୋକଙ୍କ ଜୀବନ ଯାଇଥିଲା।