ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଗୁଜରାଟରେ ଭୂକମ୍ପ ଝଟ୍‌କା

ଅହମ୍ମଦାବାଦ,୧୪।୧୦: ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ବିଶ୍ୱକପ୍‌ର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ଏହାର ଚିର ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ଗୁଜରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୨.୬ ରହିଥିଲା। ଏହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିବା ସହ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ତୀବ୍ରତା ବହୁତ କମ୍‌ ଥିବାରୁ ଭୂକମ୍ପରେ କୌଣସି ପ୍ରକାର ଜନଜୀବନ କ୍ଷୟକ୍ଷତି ହୋଇନାହିଁ।

Share