ନୂଆଦିଲ୍ଲୀ,୨।୭: ପୁଣି ଥରିଛି ଲଦାଖ। ବୁଧବାର ସକାଳେ ଲଦାଖର ଲେହ ହଠାତ୍ ଥରି ଉଠିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ପ୍ରଦାନ କରିଛି। ବିଭାଗ କହିଛି, ବୁଧବାର ସକାଳ ପ୍ରାୟ ୮ଟା ୧୨ ସମୟରେ ଏହି ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ବୁଧବାର ସକାଳ ୮.୧୨ ସମୟରେ ଲଦାଖରେ ୪.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ତେବେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।