Categories: ଜାତୀୟ

ଭୂକମ୍ପରେ ଥରିଲା ମଣିପୁର

ଇମ୍ଫାଲ,୨୩।୯: ମଣିପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ମଣିପୁରର ମୋଇରାଙ୍ଗରରୁ ୧୦୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ଜୋରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରହିଛି। ନ୍ୟାସନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୂକମ୍ପ ସମୟରେ କମ୍ପନ ଯୋଗୁ ଘରେ ଥିବା ଅନେକ ଜିନିଷ ଥରିବାକୁ ଲାଗିଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ଅଘଟଣ କିମ୍ବା ହତାହତ ନେଇ ସୂଚନା ନାହିଁ।

Share