ମ୍ୟାନମାର ଭୂକମ୍ପର ଭୟଙ୍କର ସ୍ଥିତି, ମସଜିଦ ଭୁଶୁଡ଼ି ୨୦ ମୃତ

ନାଇପିଦ,୨୮।୩: ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମ୍ୟାନମାରରେ ଦୁଇଥର ନୁହେଁ ଚାରିଥର ଭୂମିକମ୍ପ ହୋଇଛି। ପ୍ରାରମ୍ଭରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ମାପ କରାଯାଇଥିଲା। ଏହି ଭୂମିକମ୍ପ ଶୁକ୍ରବାର (ମାର୍ଚ୍ଚ ୨୮) ରାତି ୧୧:୫୦:୫୨ ରେ ଘଟିଥିଲା। ଏହାର କେନ୍ଦ୍ରସ୍ଥଳ ମ୍ୟାନମାରରେ ଭୂମି ଗଭିତାକୁ ୧୦ କିଲୋମିଟର ଗଭୀରରେ ଥିଲା। ଏହା ପରେ, ଦ୍ୱିତୀୟ ଭୂମିକମ୍ପ ୧୨ ମିନିଟ ପରେ ଅର୍ଥାତ ୧୨.୦୨ ରେ ହୋଇଥିଲା, ଯାହାର ତୀବ୍ରତା ୭.୦ ମାପ କରାଯାଇଥିଲା।
NCS ଅନୁଯାୟୀ, ତୃତୀୟ ଭୂମିକମ୍ପ ପ୍ରାୟ ୫୫ ମିନିଟ ପରେ ଘଟିଥିଲା। ଏହାର ତୀବ୍ରତା ୫.୦ ମାପ କରାଯାଇଥିଲା। ଏହି ଭୂମିକମ୍ପ ୧୨:୫୭ ରେ ହୋଇଥିଲା। ଯେତେବେଳେ ଚତୁର୍ଥ ଭୂମିକମ୍ପ ରାତି ୧ଟା୭ ରେ ହୋଇଥିଲା। ଯାହାର କେନ୍ଦ୍ର ଭୂମି ଭିତରେ ୩୦ କିଲୋମିଟର ଗଭୀର ଥିଲା। ଏହାର ତୀବ୍ରତା ୪.୯ ମାପ କରାଯାଇଥିଲା। ପଡ଼ୋଶୀ ଦେଶରେ ଗୋଟିଏ ପରେ ଗୋଟିଏ ହେଉଥିବା ଏହି ଭୂମିକମ୍ପର ପ୍ରଭାବ ଥାଇଲ୍ୟାଣ୍ଡ ଏବଂ ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା। ଭାରତରେ, ମେଘାଳୟରେ ରାତି ୧:୦୩ ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୦ ମାପ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ପୂର୍ବ ଗାରୋ ହିଲ୍ସରେ ଭୂମି ଭିତରେ ପାଞ୍ଚ କିଲୋମିଟର ଗଭୀରରେ ଥିଲା।
ମ୍ୟାନମାରର ମାଣ୍ଡାଲେରେ ଭୂମିକମ୍ପ ଯୋଗୁଁ ଏକ ମସଜିଦ ମଧ୍ୟ ଭୁଶୁଡ଼ି ପଡ଼ିଛି। BNO ନ୍ୟୁଜ ସ୍ଥାନୀୟ ଗଣମାଧ୍ୟମକୁ ଉଦ୍ଧାର କରି କହିଛି ଯେ ଭଗ୍ନାବଶେଷ ତଳେ ଚାପି ହୋଇ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି।
SCMP.com ଅନୁଯାୟୀ, ବ୍ୟାଙ୍କକରେ ନିର୍ମାଣାଧୀନ ୩୦ ମହଲା କୋଠା ଭୁଶୁଡ଼ି ପଡ଼ିବା ଭିତରେ ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। କୁହାଯାଉଛି ଯେ ଏହାର ନିର୍ମାଣ କାର୍ଯ୍ୟରେ ୪୦୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ, ଯେଉଁଥିରୁ ୮୦ ଜଣ ନିଖୋଜ ଅଛନ୍ତି। ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ବ୍ୟାଙ୍କକରେ ଅନୁଭୂତ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ଥିଲା।
ଭୂମିକମ୍ପ ତାଣ୍ଡବ ସୃଷ୍ଟି କରିବା ପରେ, ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବ୍ୟାଙ୍କକରେ ଟ୍ରେନ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା ଏବଂ ଏବେ ବ୍ୟାଙ୍କକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଦୁଇ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image