ଥରିଲା ମ୍ୟାନମାର୍‌

ମ୍ୟାନମାର୍‌,୩ା୭: ମ୍ୟାନମାର୍‌ରେ ରବିବାର ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା ବୋଲି ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟା ୫୬ରେ ୟଓ୍ବାଙ୍ଗନରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ଇରାନ ଏବଂ ଚାଇନାରେ ମଧ୍ୟ ଶୁକ୍ରବାର ଭୂକମ୍ପ ଅନୁଭୂତ ହୋଇଥିଲା।

ଆଜି ସକାଳେ ଚାଇନାର ଶିନିଜିୟାଙ୍ଗ ଉଇଗୁର ଅଞ୍ଚଳରେ ଭୂକମ୍ପର ତୀବ୍ରତା ୫.୨ ଥିଲା। ଏଠାରେ ସକାଳ ୬ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ୪୦.୮୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୮.୧୪ ଡିଗ୍ରୀ ପୂର୍ବରେ ସୃଷ୍ଟି ହୋଇଥିଲା।

Share