ଗୁଆହାଟି,୧୦।୫: ଆସାମରେ ପୁଣି ଥରେ ଭୂକମ୍ପ ଝଟ୍କା ଲାଗିଛି। ଏଥର ନାଗାଓଁରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା। ଭୂକମ୍ପ ସମ୍ବନ୍ଧୀୟ ସୂଚନା ପାଇବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଫଳରେ ସେମାନେ ନିଜ ଘରୁ ବାହାରକୁ ପଳାଇଆସିଥିଲେ। ସୂଚନାଯୋଗ୍ୟ, ଗତ ଏକ ସପ୍ତାହ ମଧ୍ୟରେ ଆସାମରେ ଲାଗାତାର ଭୂକମ୍ପ ଅନୁଭୂତ ହୋଇଛି। କିଛି ଦିନ ପୂର୍ବରୁ, ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ରୁ ଅଧିକ ଥର ଭୂକମ୍ପ ଅନୁଭୂତ ହୋଇଥିଲା।