ଥରିଲା ନେପାଳ

କାଠମାଣ୍ଡୁ,୧ା୪: ନେପାଳର କାଠମାଣ୍ଡୁରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୪.୫ ଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ଧନ ଜୀବନ ନଷ୍ଟ ସମ୍ପର୍କରେ ସୂଚନା ମିଳିପାରିନାହିଁ।

ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଟୁଇଟ୍‌ କରି କହିଛି, ଆଜି ପୂର୍ବାହ୍ନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ଗଭୀରତା ୧୭୮ କିଲୋମିଟର ଏବଂ ଭୂକମ୍ପ କେନ୍ଦ୍ର ନେପାଳର କାଠମାଣ୍ଡୁଠାରୁ ୨୮ କିଲୋମିଟର ଦୂରରେ ଥିଲା।

Share