ଥରିଲା ପାକିସ୍ତାନ

ଇସଲାମାବାଦ,୭ା୭: ଶୁକ୍ରବାର ସକାଳେ ପାକିସ୍ତାନ ଏବଂ ଇଣ୍ଡୋନେସିଆରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଉଭୟ ଦେଶରେ ଭୂକମ୍ପର ତୀବ୍ରତା ଭିନ୍ନ ମାପ କରାଯାଇଛି। ପାକିସ୍ତାନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୩ ଥିବା ବେଳେ ଇଣ୍ଡୋନେସିଆରେ ୫.୬ ଥିଲା।

ନ୍ୟାଶନାଲ ସେଣ୍ଟର ଫର୍‌ ସେସମୋଲୋଜି (ଏନ୍‌ସିଏସ୍‌)ର ରିପୋର୍ଟ ଅନୁଯାୟୀ ଶୁକ୍ରବାର ପାକିସ୍ତାନରେ ୪.୩ ତୀବ୍ରତା ଏକ ଭୂକମ୍ପ ଘଟିଛି। ଯାହାର ଗଭୀରତା ୧୭୦ କିଲୋମିଟର ବୋଲି କୁହାଯାଉଛି। ଆଜି ସକାଳ ୫.୧୧ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ୩୧.୨୨ ଅକ୍ଷାଂଶ ଏବଂ ଦ୍ରାଘିମା ୭୦.୨୧ରେ ଅବସ୍ଥିତ। ତେବେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Share