ଇସଲାମାବାଦ,୭ ।୧୦: ପାକିସ୍ତାନରେ ଗୁରୁବାର ଭୋର ପ୍ରାୟ ୩ଟା ୩୦ରେ ଏକ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏହାର ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦ । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୨୦୦ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ଅଧିକାରୀ । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁଯାୟୀ ପାକିସ୍ତାନର ହରନାଇରୁ ୧୪ କିଲୋମିଟର ଉତ୍ତର-ପୂର୍ବରେ ଗୁରୁବାର ଭୋର ପ୍ରାୟ ୩ଟା ୩୦ରେ ୬.୦ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି । ସ୍ଥାନୀୟ ପ୍ରଶାସନର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ୨୦ ଜଣ ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ଜଣ ଶିଶୁ ରହିଛନ୍ତି ।