ଜେରୁଜେଲମ,୮।୨: ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ପରେ ପାଲେଷ୍ଟାଇନରେ ଭୁକମ୍ପ ଅନୁଭୂତ ହୋଇଛି। ରିଚ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ପାଲେଷ୍ଟାଇନରେ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନାବଲୁସ ସହରଠାରୁ ୧୩ କିଲୋମିଟର ଉତ୍ତରରେ ଥିଲା, ଯାହାର ଗଭୀରତା ୧୦ କିଲୋମିଟର।
ଏଥି ସହିତ ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପ ଯୋଗୁ ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିସହ ୬ ହଜାରରୁ ଅଧିକ କୋଠା ନଷ୍ଟ ହୋଇଯାଇଥିବା ବେଳେ ୩ ବିମାନବନ୍ଦର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।