ପାପୁଆରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨ …

ଜାକର୍ତ୍ତା,୩।୭ : ଇଣ୍ଡୋନେସିଆର ପାପୁଆ ପ୍ରଦେଶରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ବୋଲି ଜାତୀୟ ଜିଓଫିଜିକ ଏଜେନ୍ସି କହିଛି। ତେବେ ଏହା ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୩୩ କିଲୋମିଟର ଗଭୀରରେ ଥିଲା। ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ପ୍ରକାଶ କରାଯାଇ ନାହିଁ।

ଭୂକମ୍ପ ଦୃଷ୍ଟିରୁ ଇଣ୍ଡୋନେସିଆ ଏକ ସମ୍ବେଦନଶୀଳ କ୍ଷେତ୍ର ଅଟେ। ୨୭୦ ନିୟୁତ ଲୋକ ବାସ କରୁଥିବା ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପ, ଆଗ୍ନେୟଗିରି ଉଦଗୀରଣ ଏବଂ ସୁନାମି ସୃଷ୍ଟି ହୋଇଥାଏ। ଫେବୃଆରୀରେ ପଶ୍ଚିମ ସୁମାତ୍ରା ପ୍ରଦେଶରେ ହୋଇଥିବା ୬.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୬୦ ରୁ ଅଧିକ ଆହତ ହୋଇଥିଲେ। ଏହାପୂର୍ବରୁ ଜାନୁଆରୀ ୨୦୨୧ରେ ପଶ୍ଚିମ ସୁଲାୱେସି ପ୍ରଦେଶରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ପ୍ରାୟ ୬୫୦୦ ଲୋକ ଆହତ ହୋଇଥିଲେ।

Share