ପପୁଆ ନ୍ୟୁ ଗିନିରେ ୫.୬ ତୀବ୍ରତାର ଭୂକମ୍ପ

ପୋର୍ଟ ମୋରସବେ,୩।୫: ପପୁଆ ନ୍ୟୁ ଗିନିରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫,୬ ମପାଯାଇଛି। ଭୂକମ୍ପ ପପୁଆ ନ୍ୟୁ ଗିନିର ଉତ୍ତର-ପଶ୍ଚିମରେ ଥିବା ଅଂବୁଂତିରେ ହୋଇଛି। ୟୁରୋପିୟାନ ମେଡିଟେରେନିୟନ ସିସ୍ମୋଲଜିକାଲ ସେଣ୍ଟରର ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ସ୍ଥିତ ଅଂବୁଂତିରୁ ୧୬ କିଲୋମିଟର ଦୂରରେ ରହିଥିଲା। ଏହା ଭୂପୃଷ୍ଠରୁ ୧୧୨ କିଲୋମିଟର ତଳେ ଥିଲା। ହେଲେ ଏହି ଭୂକମ୍ପରେ କେହି ହତା ହତ ହୋଇ ନ ଥିବା ଜଣାପଡିଛି।
ଏହା ପୂର୍ବରୁ ବି ପପୁଆ ନ୍ୟୁ ଗିନିରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୩।

Share