ପାଟନା,୧୯।୧୦: ବିହାରର ରାଜଧାନୀ ପାଟନା ସମେତ କେତେକ ସହରରେ ବୁଧବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିବା ବେଳେ ଗଭୀରତା ୧୦ କିମି ବୋଲି ଜଣାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ସେମାନେ ଘରୁ ବାହାରି ଆସିଥିଲେ।
ନେପାଳର କାଠମାଣ୍ଡୁଠାରୁ ୬୬ କିମି ପୂର୍ବରେ ଏହାର କେନ୍ଦ୍ର ଥିବା ଜଣାପଡ଼ିଛି। ଏଥିନେଇ ବିହାର ବ୍ୟତିତ ନେପାଳର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।