ଥରିଲା ଫିଲିପାଇନ୍ସ

ମାନିଲା,୧୦ା୮: ଗୁରୁବାର ପୂର୍ବାହ୍ନରେ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଫିଲିପାଇନ୍ସର ସାରଙ୍ଗାନିର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୫୭ କିଲୋମିଟର ଦୂରରେ ଏହି ଭୂକମ୍ପ ସୃଷ୍ଟି ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୭ ରହିଥିବା ବେଳେ ୧୧୬.୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ଜଣାପଡ଼ିନାହିଁ।

Share