Categories: ଜାତୀୟ

ଥରିଲା ହାଇଦ୍ରାବାଦ

ହାଇଦ୍ରାବାଦ,୨୬।୭: ହାଇଦ୍ରାବାଦରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ହାଇଦ୍ରାବାଦର ଦକ୍ଷିଣରେ ସକାଳ ପ୍ରାୟ ୫ଟା ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ହାଇଦ୍ରାବାଦଠାରୁ ୧୫୬ କିଲୋମିଟର ଦୂର ଦକ୍ଷିଣ ଆନ୍ଧ୍ରପ୍ରଦେଶ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ଖବର ନାହିଁ।

Share