Advertisement

ଇକ୍ୱାଡୋର ପରେ ତାଜିକିସ୍ତାନରେ ଭୂକମ୍ପ

ଦୁଶାନ୍‌ବେ,୧୯ା୩: ଇକ୍ୱାଡୋର୍‌ ପରେ ରବିବାର ତାଜିକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍‌ସିଏସ) ଏନେଇ ସୂଚନା ଦେଇଛି।

ଏନ୍‌ସିଏସ୍‌ ଅନୁଯାୟୀ, ୧୭୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ହୋଇଥିଲା। ଏହା ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୧ରେ ୨୫ ସେକେଣ୍ଡ ପାଇଁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ।

ଏହାପୂର୍ବରୁ ଶନିବାର ଇକ୍ୱାଡୋର ଏବଂ ଉତ୍ତର ପେରୁର ଏକ ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଘର, ବିଦ୍ୟାଳୟ ଏବଂ ଚିକିତ୍ସା କେନ୍ଦ୍ର ନଷ୍ଟ ହୋଇଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସ୍‌ଜିଏସ୍‌) ଭୂକମ୍ପର ତୀବ୍ରତା ୬.୮ ଥିଲା ବୋଲି ସୂଚନା ଦେଇଛି। ଗ୍ବାୟାସ ପ୍ରଦେଶର ବାଲାଓ ସହରଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share