Categories: ଜାତୀୟ

ବଙ୍ଗୋପସାଗରରେ ଭୂକମ୍ପ

ନୂଆଦିଲ୍ଲୀ,୧୧ା୯: ଦେଶ ହେଉ କିମ୍ବା ବିଦେଶରେ ପ୍ରତିଦିନ ଭୂକମ୍ପ ହେଉଥିବାର ଖବର ଆସୁଛି। ବର୍ତ୍ତମାନ ବଙ୍ଗୋପସାଗରରେ ଭୂକମ୍ପ ହୋଇଥିବା ଜାଣିବାକୁ ମିଳିଛି। ରବିବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ଘଟିଛି।
ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଅନୁଯାୟୀ, ରାତି ୧:୨୯ରେ ଏହି ଭୂକମ୍ପ ଘଟିଛି। ୭୦ କିଲୋମିଟରରେ ଏହି ଭୂକମ୍ପର ଗଭୀରତା ରେକର୍ଡ କରାଯାଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୪ ରହିଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।

Share