ଫିଲିପାଇନ୍ସରେ ଭୂକମ୍ପ

ମାନିଲା,୧୫ା୬: ଗୁରୁବାର ଫିଲିପାଇନ୍ସରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି, ଫିଲିପାଇନ୍ସର ରାଜଧାନୀର ଦକ୍ଷିଣ-ପଶ୍ଚିମ ଦିଗରେ ଏହି କମ୍ପନ ଅନୁଭୂତ ହୋଇଥିବା ବେଳେ ଏଥିରେ ବ୍ୟାପକ କ୍ଷୟକ୍ଷତି କିମ୍ବା ଆହତ ହେବା ଖବର ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଆଜି ସକାଳେ ପ୍ରବଳ କମ୍ପନ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ହୁକ୍‌ ନିକଟରେ ଏବଂ ଭୂପୃଷ୍ଠରୁ ପ୍ରାୟ ୧୨୦ କିଲୋମିଟର ତଳେ ରହିଥିଲା।

Share