ଶେୟାର ବଜାରରେ ଭୂକମ୍ପ, ତଳମୁହାଁ ହେଲା ସେନସେକ୍ସ-ନିଫ୍ଟି , ୧୦୦୦ ଅଙ୍କ ଖସିଲା…

ମୁମ୍ବାଇ,୨୦।୧୨ : ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା । ସେନସେକ୍ସ ପ୍ରାୟ ୮୦୦ ଅଙ୍କ ହ୍ରାସ ପାଇଛି। ଏହା ସହିତ ନିଫ୍ଟି ମଧ୍ୟ ୨୦୦ରୁ ଅଧିକ ଅଙ୍କ ହ୍ରାସ ପାଇଛି।

ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦-ଶେୟାର ଇଣ୍ଡେକ୍ସ ସେନସେକ୍ସ ୮୬୬.୫୯ ଅଙ୍କ ଅର୍ଥାତ୍‌ ୧.୨୧ ପ୍ରତିଶତ ହ୍ରାସ ସହିତ ୭୦,୫୭୦.୬୦ରେ କାରବାର କରିଥିଲା। ଏଥି ସହିତ, ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୨୧,୧୭୦ ସ୍ତରରେ ୨୮୨.୮୦ଅଙ୍କ ହ୍ରାସ ସହିତ ୧.୩୨ ପ୍ରତିଶତ ହ୍ରାସ ପାଇଥିଲା। ୩୦ ଟି ଶେୟାରର ଷ୍ଟକରେ, ୨୯ ଟି ଶେୟାର ରେଡରେ ବନ୍ଦ ହୋଇଥିଲା।

ବିଶ୍ୱ ବଜାର ସୁଦୃଢ଼ ହେବା ସତ୍ତ୍ୱେ ସେନସେକ୍ସ ଏବଂ ନିଫ୍ଟିରେ ଏକ ବିରାଟ ପତନ ରେକର୍ଡ କରାଯାଇଛି। ଆଇଟି ଏବଂ ଏଫଏମସିଜି ଶେୟାର ବ୍ୟତୀତ ସମସ୍ତ ଶେୟାରରେ ହ୍ରାସ ଦେଖା ଦେଇଥିଲା।
୪୫୦ ଅଙ୍କ ବୃଦ୍ଧି ସହିତ ଷ୍ଟକ ମାର୍କେଟ ଏହାର ସର୍ବକାଳୀନ ସର୍ବୋଚ୍ଚ ୭୧,୯୧୩ ରେ ପହଞ୍ଚତ୍ଥିଲା କିନ୍ତୁ ବିଏସଇ ସେନ୍ସେକ୍ସ ପ୍ରାୟ ୧୦୦୦ ଅଙ୍କ ହ୍ରାସ ପାଇଥିଲା। ସେହି ସମୟରେ, ୫୨ ସପ୍ତାହ ଧରି ଉଚ୍ଚରେ ଚାଲୁଥିବା ନିଫ୍ଟି ୨୧,୫୯୩ ସ୍ତରରେ କାରବାର କରୁଥିଲ।

Share