ଟୋଙ୍ଗାରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯…

ନୁକୁଆଲୋଫା,୨।୭ : ପ୍ରଶାନ୍ତ ମହାସାଗରର ଦକ୍ଷିଣ ଭାଗରେ ଅବସ୍ଥିତ ଦ୍ୱୀପ ଦେଶ ଟୋଙ୍ଗାରେ ରବିବାର ରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ କରିଛି ଟୋଙ୍ଗା, ନିୟୁଫୁ ଠାରୁ ୧୩୪ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୬.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।

ଭୂଗର୍ଭର ୨୨୫ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି। ତେବେ କୌଣସି କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ମିଳି ନାହିଁ।

ଏହା ପୂର୍ବରୁ ଜୁନ ୧୬ ରେ ଟୋଙ୍ଗାରେ ୭.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ କେନ୍ଦ୍ର ଟୋଙ୍ଗାର ପ୍ରାୟ ୨୮୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ୧୬୭.୪ କିଲୋମିଟର ଗଭୀରରେ ଅବସ୍ଥିତ ଥିଲା ।

Share