ଉତ୍ତରକାଶୀ,୫ ।୩: ଉରାଖଣ୍ଡର ଜନପଦ ଉତ୍ତରକାଶୀରେ ଅନୁଭୁତ ହୋଇଛି ଭୂକମ୍ପର ଝଟକା । ଏଠାରେ ଗୋଟିଏ ପରେ ଗୋଟିଏ ୪ଟି ଭୂକମ୍ପ ଆସିଥିବା କୁହାଯାଉଛି । ଭୂକମ୍ପର ଝଟକା ଶନିବାର ରାତିରେ ଅନୁଭୂତ ହୋଇଛି । ହେଲେ ଏଠାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନାହିଁ ।
ଏହାପରେ ଜନପଦର ଲୋକେ ସାରା ରାତି ଘର ବାହାରେ ପରିବାର ସହ କଟାଇଛନ୍ତି । ତେବେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୨.୫ ଥିବା ମପାଯାଇଛି । ଇଣ୍ଡିଆନ ମେଟେରୋଲଜିକାଲ ଡିପାର୍ଟମେଣ୍ଟ(ଆଇଏମଡି)ର ସୂଚନା ଅନୁଯାୟୀ ଭୂକମ୍ପ ରାତି ପ୍ରାୟ ୧୨ଟା ୪୫ରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଭଟୱାଡି ଥିବା କୁହାଯାଉଛି ।