କାବୁଲ, ୨୨।୬ : ଆଫଗାନିସ୍ତାନରେ ଅନୁଭୂତ ହୋଇଥିବା ଭୂକମ୍ପରେ ଶୋଇଥିବା ଅବସ୍ଥାରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଇତିମଧ୍ୟରେ ୯୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦୦ରୁ ଅଧିକ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମାଟିତଳେ ବହୁ ଲୋକ ଦବି ହୋଇ ରହିଥିବା ଆଶଙ୍କା କରାଯାଉଛି। ଫଳରେ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।
ରାତିରେ ଶୋଇଥିବା ଅବସ୍ଥାରେ ୬.୧ ତୀବ୍ରତା ଯୁକ୍ତ ଭୂକମ୍ପ ହେବାରୁ ବହୁ ଲୋକେ ନିଦରେ ଥିବାରୁ ଘରୁ ବାହାରକୁ ଆସି ପାରିନଥିଲେ। ଲୋକେ ନିଦରୁ ଉଠି ବାହାରକୁ ଦୌଡ଼ି ପଳାଇ ଆସିଥିଲେ।
ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଭଙ୍ଗା ଘରର ଧ୍ୱଂସାବଶେଷ ତଳୁ ଜୀବନର ସନ୍ଧାନ ଜାରି ରହିଛି।