ଥରିଲା ଜାପାନ

ଟୋକିଓ,୧୬।୩: ଜାପାନର ରାଜଧାନୀ ଟୋକିଓରେ ଭୂକମ୍ପ ଝଟ୍‌କା ଲାଗିଛି। ରାତି ପ୍ରାୟ ୮.୦୬ରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପାଡିଛି। ଲୋକେ ଭୂକମ୍ପ ହେବା ଜାଣି ଘରୁ ବାହାରକୁ ପଳାଇ ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓର ଉତ୍ତରପୂର୍ବ ଦିଗଠାରୁ ୨୯୭ କିମି ଦୂରରେ ରହିଥିବା ଜଣାପଡିଛି। ଏହାପରେ ଜାପାନରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଟୋକିଓ, କାନଜଓ୍ବା, ୟୋକୋହାମା, ନିଗାଟ ଭଳି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।

Share